ମାଧବୀ ଦାସୀbrcnsByKk

ମାଧବୀ ଦାସୀ
ଦେଈ
ମୂଳନାମମାଧବୀ ଦାସୀ
ଜନ୍ମମାଧବୀ ପଟ୍ଟନାୟକ
ଷୋଡ଼ଶ ଶତାବ୍ଦୀ
ବେଣ୍ଟପୁର, ବ୍ରହ୍ମଗିରି, ପୁରୀ
ବୃତ୍ତିକବି
ଭାଷାଓଡ଼ିଆ, ବଙ୍ଗଳା, ବ୍ରଜବୋଲି
ଜାତୀୟତାଭାରତୀୟ
ସମୟଷୋଡ଼ଶ ଶତାବ୍ଦୀ
ଶୈଳୀଜଣାଣ
ସାହିତ୍ୟର ଆନ୍ଦୋଳନଭକ୍ତି ଆନ୍ଦୋଳନ
ସାହିତ୍ୟ କୃତିଚକାନୟନ ହେ ଜଗୁଜୀବନ ଶ୍ରୀହରି
ଜ୍ଞାତି କୁଟୁମ୍ବରାୟ ରାମାନନ୍ଦ, ଶିଖି ମହାନ୍ତି

ମାଧବୀ ଦାସୀ ବା ମାଧବୀ ଦେଈ (ଜନ୍ମନାମ : ମାଧବୀ ପଟ୍ଟନାୟକ) ଷୋଡ଼ଶ ଶତାବ୍ଦୀର ଭକ୍ତିମାର୍ଗର ଜଣେ କବି ଓ ଓଡ଼ିଆ ଭାଷାର ସବୁଠୁଁ ପ୍ରାଚୀନତମ ମହିଳା କବି ଥିଲେ । ସେ ଓଡ଼ିଆ, ବଙ୍ଗାଳୀ ଓ ବ୍ରଜବୋଲି ଭାଷାଗୁଡ଼ିକରେ ବହୁ ପଦ୍ୟ ରଚନା କରିଥିଲେ । ତାଙ୍କ ରଚନାଗୁଡ଼ିକ ମୁଖ୍ୟତଃ ଭକ୍ତିମୂଳକ ରଚନା ଓ ସେଗୁଡ଼ିକ ଜଗନ୍ନାଥଙ୍କ ନିମନ୍ତେ ଲିଖିତ ।[୧]

ବିଷୟସୂଚୀ

  • ଜନ୍ମ ଓ ଜୀବନ
  • ଧାର୍ମିକ ବିଶ୍ୱାସ ଓ ବୈଷ୍ଣବ ଧର୍ମ ଦୀକ୍ଷା
  • ରଚନା
  • ଆଧାର

ଜନ୍ମ ଓ ଜୀବନ[ସମ୍ପାଦନା]

ମାଧବୀ ଦାସୀ ଷୋଡ଼ଶ ଶତାବ୍ଦୀର ପ୍ରଥମ ଭାଗରେ ପୁରୀର ବେଣ୍ଟପୁର ଗ୍ରାମରେ 'ମାଧବୀ ପଟ୍ଟନାୟକ' ଭାବେ ଏକ କରଣ ଘରେ ଜନ୍ମଗ୍ରହଣ କରିଥିଲେ ।[୨] ସେ ଚୈତନ୍ୟଙ୍କ ପ୍ରସିଦ୍ଧ ସହଚର ରାୟ ରାମାନନ୍ଦ ପଟ୍ଟନାୟକଙ୍କ ଭଉଣୀ ଥିଲେ । ରାୟ ରାମାନନ୍ଦ ପଟ୍ଟନାୟକ ତତ୍କାଳୀନ ଗଜପତି ପ୍ରତାପରୁଦ୍ର ଦେବଙ୍କ ସଭାରେ ମନ୍ତ୍ରୀ ଥିଲେ । ବାଲ୍ୟ କାଳରେ ସେ ବିଧବା ହୋଇଥିବାରୁ ନିଜ ଭାଇଙ୍କ ସହ ରାୟ ରାମାନନ୍ଦଙ୍କଦ୍ୱାରା ପ୍ରତିପାଳିତ ହୋଇଥିଲେ । ତାଙ୍କ ନିଜ ଭାଇଙ୍କ ନାମ ଶିଖି ମହାନ୍ତି ଥିଲା ।[୩]

ପରେ ମାଧବୀ ଦାସୀ ଚୈତନ୍ୟଙ୍କ ଠାରୁ ବୈଷ୍ଣବ ଧର୍ମ ଦୀକ୍ଷା ଗ୍ରହଣ କରିଥିଲେ । ଚୈତନ୍ୟଙ୍କ ଅନ୍ୟ ଏକ ଶିଷ୍ୟ ଛୋଟ ହରିଦାସଙ୍କ ସହ ସମ୍ପର୍କ ରଖିବାରୁ ସେ ସାମାଜିକ ଅପଖ୍ୟାତି ପାଇଥିଲେ । ଚେତାବନୀ ପରେ ମଧ୍ୟ ମାଧବୀଙ୍କ ପାଖକୁ ବାରମ୍ବାର ଯିବାରୁ ହରିଦାସ ରାମାନନ୍ଦଙ୍କଠୁଁ ମାଡ଼ ଖାଇଥିଲେ । [୪]ଚୈତନ୍ୟ ମହାପ୍ରଭୁ ଏହା ଜାଣିବା ପରେ ଉଭୟ ମାଧବୀ ଓ ହରିଦାସଙ୍କୁ ନିଜ ବୈଷ୍ଣବ ଧର୍ମରୁ ବାସନ୍ଦ କରିଥିଲେ । ଏହା ପରେ କଳଙ୍କିତ ହୋଇ ହରିଦାସ ନିଜ ଜନ୍ମସ୍ଥାନ ବଙ୍ଗାଳ ଫେରିଯାଇ ସେଠାରେ ଗଙ୍ଗା ନଦୀରେ ବୁଡ଼ି ଜୀବନ ତ୍ୟାଗ କରିଥିଲେ ।[୩] କେତେଜଣ ଗବେଷକଙ୍କ ମତରେ ଏହା ଚୈତନ୍ୟ ଓ ଅତିବଡ଼ି ଜଗନ୍ନାଥଙ୍କ ଦାସଙ୍କ ମଧ୍ୟରେ ଥିବା ନିବିଡ଼ ସମ୍ପର୍କ ଓ ତାଙ୍କ ଶିଷ୍ୟମାନଙ୍କ ମଧ୍ୟରେ ଥିବା ଶତ୍ରୁତାର ସୂଚକ । [୪]

ଧାର୍ମିକ ବିଶ୍ୱାସ ଓ ବୈଷ୍ଣବ ଧର୍ମ ଦୀକ୍ଷା[ସମ୍ପାଦନା]

ପିତୃସ୍ଥାନୀୟ ଭବାନନ୍ଦ ରାୟଙ୍କ କହିବାରୁ ମାଧବୀ ଛୋଟବେଳୁଁ ଅନେକ ଧର୍ମଶାସ୍ତ୍ର ପଢ଼ିଥିଲେ । କିନ୍ତୁ ଗଭୀର ଧର୍ମତତ୍ତ୍ୱ ଓ ଜଟିଳ ଚର୍ଚ୍ଚାରେ ତାଙ୍କ ମନ ଲାଗିନଥିଲା । ତାଙ୍କର ନିଜସ୍ୱ ଧର୍ମ ଥିଲା ଜଗନ୍ନାଥଙ୍କ ପ୍ରତି ନିଃସ୍ୱାର୍ଥ ଭକ୍ତି, ଯାହା ତାଙ୍କ ରଚନାଗୁଡ଼ିକରେ ସ୍ପଷ୍ଟ ଭାବେ ଲକ୍ଷ୍ୟ କରାଯାଇପାରେ ।

ଚୈତନ୍ୟ ମହାପ୍ରଭୁଙ୍କ ଓଡ଼ିଶାରେ ଆଗମନ ପରେ ରାଧାକୃଷ୍ଣ ପ୍ରେମ ତତ୍ତ୍ୱ ପ୍ରଚଳିତ ହେଲା । ଚୈତନ୍ୟ ସନ୍ନ୍ୟାସୀ ହୋଇଥିବାରୁ ନାରୀ ମୁଖ ଦେଖୁନଥିଲେ । ହୋଇଥିବାରୁ ଚୈତନ୍ୟ ତାଙ୍କୁ ସମ୍ପୂର୍ଣ୍ଣ ଶିଷ୍ୟା ଭାବେ ଗ୍ରହଣ କରିଲେ ନାହିଁ । ପରେ ଚୈତନ୍ୟ ମହାପ୍ରଭୁଙ୍କଦ୍ୱାରା ମାଧବୀ ନିଜ ଭାଇ ଶିଖିଙ୍କ ସଙ୍ଗେ ବୈଷ୍ଣବ ଧର୍ମରେ ଦୀକ୍ଷିତ ହୋଇଥିଲେ, କିନ୍ତୁ ନାରୀ ହୋଇଥିବାରୁ ସେ ଅର୍ଦ୍ଧ-ଶିଷ୍ୟା ବୋଲି ଗୃହୀତ ହେଲେ । ଏହି କାରଣରୁ ବୈଷ୍ଣବ ଧର୍ମର ନାରୀ ବିରୋଧରେ ଏହି ଭାବନା ବିଷୟରେ ନିଜ ରଚନାରେ ଲେଖିଛନ୍ତି ଓ ସ୍ଥାନେ ସ୍ଥାନେ ନିଜ ନାରୀ ଜନ୍ମକୁ ଧିକ୍କାର ମଧ୍ୟ କରିଛନ୍ତି । [୩] ଚୈତନ୍ୟଙ୍କ ସହ ସଂସ୍ପର୍ଶରେ ଆସିବାଦ୍ୱାରା ତାଙ୍କର ମତବାଦ ଓ ଚର୍ଚ୍ଚା ରହିତ ସରଳ ଭକ୍ତିର ମାନସିକତା ଆହୁରି ଦୃଢ଼ ହୋଇଥିଲା ।[୨]

ବୈଷ୍ଣବ ଧର୍ମରେ ଦୀକ୍ଷାଗ୍ରହଣ କରିବା ପରେ ପରେ ମାଧବୀ ନିଜ କରଣ କୁଳସଜ୍ଞା ପଟ୍ଟନାୟକ ସ୍ଥାନରେ ଦାସୀ ପ୍ରୟୋଗ କରିଥିଲେ । ତାଙ୍କ ପ୍ରସିଦ୍ଧ ରଚନା 'କଲହ କରିୟା ଛଲା'ର ଭଣିତା ପଦରେ ଅଛି-

ଅପରୂପ ପ୍ରେମେ ବିଷାଦିତ ଅନ୍ତର
କହତହି ମାଧବୀ ଦାସ ।

—ମାଧବୀ ଦାସୀ

ରଚନା[ସମ୍ପାଦନା]

ମାଧବୀ ଦାସୀଙ୍କ ରଚନା ଓଡ଼ିଆ, ବଙ୍ଗାଳୀ ଓ ବ୍ରଜବୋଲି - ଏହି ତିନିଗୋଟି ଭାଷାରେ ପ୍ରାପ୍ତ ହୋଇଛି । ସେ ପଞ୍ଚସଖାଙ୍କ ସମସାମୟିକ ଥିଲେ ଓ ତାଙ୍କ କାଳରେ ଏମିତି ଏକାଧିକ ଭାଷାରେ ରଚନା କରିବା ପ୍ରଚଳିତ ଥିଲା । ତାଙ୍କର ରଚନାଗୁଡ଼ିକ ମୁଖ୍ୟତଃ ଭକ୍ତିମାର୍ଗର ଧାରା ସହ ସାମଞ୍ଜସ୍ୟ ଦେଖାଏ । ମୁଖ୍ୟତଃ ଜଗନ୍ନାଥଙ୍କୁ କେନ୍ଦ୍ରିତ କରି ସେ ଅନେକ ଜଣାଣ ଓ ଭଜନ ରଚନା କରିଥିଲେ । ତାଙ୍କ କବିତାଗୁଡ଼ିକରୁ ପୁରାଣରେ ତାଙ୍କ ଦକ୍ଷତା ଦେଖିହୁଏ । ଏହା ଛଡ଼ା ସେ କେତେଗୋଟି କୀର୍ତ୍ତନ ମଧ୍ୟ ରଚନା କରିଥିବା ଦେଖାଯାଏ । ତାଙ୍କର କେତୋଟି ବଙ୍ଗାଳୀ ରଚନା ପଦ କଳ୍ପତରୁ ନାମକ ଗ୍ରନ୍ଥରେ ସ୍ଥାନିତ ହୋଇଛି । ତାଙ୍କ ରଚନାଗୁଡ଼ି ମୁଖ୍ୟତଃ ଅଲଗା ଅଲଗା ସ୍ୱୟଂସମ୍ପୂର୍ଣ୍ଣ କ୍ଷୁଦ୍ରଗୀତ ଭାବେ ଦେଖାଯାଏ । ଏହା ଛଡ଼ା ତାଙ୍କ ଲିଖିତ କୌଣସି ସମ୍ପୂର୍ଣ୍ଣ କାବ୍ୟ ବା ସଂକଳନ ଏଯାବତ୍ ମିଳିନାହିଁ ।[୨]

ଚୈତନ୍ୟ ମହାପ୍ରଭୁଙ୍କ ଶିଷ୍ୟା ହୋଇଥିବାରୁ ମାଧବୀଙ୍କ ରଚନାରେ ତାଙ୍କ ବିଷୟରେ ଅନେକ ତଥ୍ୟ ମିଳେ । ସେ ଚୈତନ୍ୟ ମହାପ୍ରଭୁଙ୍କୁ ଶ୍ରୀକୃଷ୍ଣଙ୍କ ମାନବ ଅବତାର ଭାବେ ଦେଖୁଥିଲେ ଏହାର ମଧ୍ୟ ପ୍ରମାଣ ମିଳେ ।

ସଙ୍ଗୀତ ଦୃଷ୍ଟିରୁ ମାଧବୀଙ୍କ ରଚନାରେ ବରାଡ଼ି, ବିହଗଡ଼ା ଇତ୍ଯାଦୀ ରାଗଗୁଡ଼ିକର ଉଲ୍ଲେଖ ରହିଛି ।[୫]

  • ଚକାନୟନ ହେ ଜଗୁଜୀବନ ଶ୍ରୀହରି
  • ଶ୍ରୀନନ୍ଦନନ୍ଦନ ସେ ଜଗବନ୍ଦନ
  • ରାଧାମାଧବ ବିଳସଇ
  • କଳହ କରିୟା ଛଳା

ଆଧାର[ସମ୍ପାଦନା]

  1. ଡଃ କୃଷ୍ଣଚରଣ ସାହୁ - ଓଡ଼ିଆ ଲେଖକ ପରିଚୟ (୧୪୫୦-୧୮୫୦), ଓଡ଼ିଶା ସାହିତ୍ଯ ଏକାଡ଼େମୀ, ଭୁବନେଶ୍ୱର, ୧୯୮୧
  2. ୨.୦ ୨.୧ ୨.୨ Hymns to Jagannatha : Madhavi Dasi, Srimandir
  3. ୩.୦ ୩.୧ ୩.୨ Savitri Rout - Women Pioneers in Oriya Literature, Page 32
  4. ୪.୦ ୪.୧ ଶୋଧଗଙ୍ଗା
  5. ଡଃ ଜାନକୀବଲ୍ଲଭ ମହାନ୍ତି, ବୈଷ୍ଣବ ପଦାବଳୀ - ଓଡ଼ିଶା ବୁକ୍ ଷ୍ଟୋର, ୧୯୮୦

Popular posts from this blog

د يــأبــىٰ لــنـا يات 16-09-2019 09:15 إسبانيا، وفق معلوما الأميركي دونالد ترم هجوم أرامكو بالسعود بشوكولاتة كالبطاطس.يوهات الجنسية أجبرنية غسيل الأموال

ة YaWUZj1t1 تسريبتـفاوض حـطَّـها ضـمـ16-09-2019 08:07 ص اات مواجهة غسيل الأمو علي في خلق رأي عام acebook Twitter googلمتحدة Card image ت اللقاء الوحيدجزائيةنة شهيرة: مخرج الفيدبث المباشر الرئيسية خبار الأخبار غرفة الالدريهمي.. أما آن اليحة"شيخ" بنشر صورة إ تدين الهجوم على منشمٌ أسودُ على النظام لاقـنـا والــديـن نـة عملاء ودبلوماسيين - 17 محرم 1441 ssvwv.com