ବୃହଦନ୍ତ୍ର-ମଳାଶୟ କର୍କଟmatdo&ektvissec7 me:#16 du0;;4 2 i7 zode 1

କୋଲୋନ କର୍କଟ
Stomach colon rectum diagram-en.svg
ଖାଦ୍ୟ ନଳୀର ନିମ୍ନ ଭାଗର ଚିତ୍ର ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିoncology[*]
ଆଇସିଡ଼ି-୧୦C18.-C20./C21.
ଆଇସିଡ଼ି-୯-ସିଏମ୍153.0-154.1
ଆଇସିଡ଼ି-ଓଛାଞ୍ଚ:ICDO (95% of cases)
ଓଏମ୍‌ଆଇଏମ୍114500
ରୋଗ ଡାଟାବେସ2975
ମେଡ଼ିସିନ-ପ୍ଲସ000262
ଇ-ମେଡ଼ିସିନmed/413 med/1994 ped/3037
Patient UKବୃହଦନ୍ତ୍ର-ମଳାଶୟ କର୍କଟ
[ଉଇକିଡାଟାରେ ବଦଳ କରନ୍ତୁ]

କୋଲୋନ କର୍କଟ (ଇଂରାଜୀରେ Colorectal cancer), ଅନ୍ୟ ନାମ କୋଲୋନ କର୍କଟ (ଇଂରାଜୀରେ colon cancer), ରେକ୍ଟାଲ କର୍କଟ (ଇଂରାଜୀରେ rectal cancer) କିମ୍ବା ବାୱେଲ କର୍କଟ (ଇଂରାଜୀରେ bowel cancer) ରୋଗ ବୃହଦନ୍ତ୍ରର (କୋଲୋନ) ନିମ୍ନ ଭାଗରେ ସୃଷ୍ଟି ହେଉଥିବା ଏକ କର୍କଟ ରୋଗ ।[୧] ଏହି ରୋଗରେ କିଛି ଜୀବକୋଷର ଅସ୍ୱାଭାବିକ ବୃଦ୍ଧି ହୁଏ ଓ ତାହାର ନିକଟ ଓ ଦୂରବର୍ତ୍ତୀ ସ୍ଥାନ‌କୁ ବ୍ୟାପିବା କ୍ଷମତା ଥାଏ ।[୨] ଏହି ରୋଗରେ ନିମ୍ନ ବୃହଦନ୍ତ୍ରରେ ରକ୍ତସ୍ରାବ ହୋଇ ଝାଡ଼ାରେ ରକ୍ତ ପଡ଼େ, ଅନିୟମିତ ଝାଡ଼ା ଅଭ୍ୟାସ ବାହାରେ, ଓଜନ ହ୍ରାସ ହୁଏ ଓ ସବୁବେଳେ ଥକ୍କା ଲାଗେ ।[୩]

ଜୀବନରୀତି ଓ ବର୍ଦ୍ଧିଷ୍ଣୁ ବୟସ ସ‌ହ ଅଳ୍ପ କେତେକ ବଂଶାନୁକ୍ରମିକ ଜେନେଟିକ ବିକାର ଯୋଗୁ କୋଲୋରେକ୍ଟାଲ କର୍କଟ ହୁଏ ।[୪][୫] ଖାଦ୍ୟ, ସ୍ଥୌଲ୍ୟତା ବା ମୋଟାପଣ, ଧୁମ୍ରପାନ ଓ ଶାରୀରିକ ନିଷ୍କ୍ରିୟତା ସମୂହ ଏହି ରୋଗର ସଙ୍କଟାବସ୍ଥା ରୁପେ ବିବେଚନା କରାଯାଏ ।[୪][୫] ଖାଦ୍ୟ ସଙ୍କଟ ମଧ୍ୟରେ ଲାଲ ମାଂସ, ପ୍ରକ୍ରିୟାକୃତ ମାଂସ ଓ ମଦ ଉଲ୍ଲେଖ‌ଯୋଗ୍ୟ । [୪] କ୍ରନ୍ସ ଡିଜିଜ ଓ ଅଲ୍‌ସରେଟିଭ କୋଲାଇଟିସ ଭଳି ପ୍ରଦାହ ସମ୍ପର୍ଣ୍ଣ ଖାଦ୍ୟ ନଳୀ ରୋଗ ମଧ୍ୟ ଏହାର ସଙ୍କଟସୃଷ୍ଟକାରୀ ରୋଗ । [୪] ବଂଶାନୁକ୍ରମିକ ସଙ୍କଟଜନ‌କ ରୋଗର ନାମ ଫାମିଲିଆଲ ଆଡେନୋମାଟସ୍ ପଲିପୋସିସ୍ ଓ ହେରେଡିଟାରି ନନ୍-ପଲିପୋସିସ କୋଲୋନ କର୍କଟ ଯାହା ଏହି ରୋଗରୁ ସୃଷ୍ଟି ହୋଇପାରିବ, କିନ୍ତୁ ଏମାନଙ୍କ ସଂଖ୍ୟା ମାତ୍ର ୫ % । [୪][୫] ବିନାଇନ୍ କୋଲୋରେକ୍ଟାଲ ପଲିପ ରୋଗରୁ ଆରମ୍ଭ ହୋଇ ସମୟକ୍ରମେ କୋଲୋରେକ୍ଟାଲ କର୍କଟ ରୋଗରେ ପରିଣତ ହୁଏ । [୪]

ସିଗମଏଡୋସ୍କୋପି ଓ କୋଲୋନୋସ୍କୋପି ସାହାଯ୍ୟରେ ବାୟୋପ୍ସି କରି କୋଲୋରେକ୍ଟାଲ କର୍କଟ ନିର୍ଣ୍ଣୟ କରାଯାଏ । [୩] ଏହା ପରେ ମେଡିକାଲ ଇମେଜିଙ୍ଗ କରି କେତେଦୂର ବ୍ୟାପିଛି ଅନୁଶୀଳନ କରାଯାଏ । [୧] ସ୍କ୍ରିନିଙ୍ଗଦ୍ୱାରା ରୋଗ ଚିହ୍ନଟ ଶୀଘ୍ର ହୋଇପାରୁଥିବାରୁ ୫୦ ବର୍ଷ ବୟସରୁ ଆରମ୍ଭ କରି ୭୫ ବର୍ଷ ପର୍ଯ୍ୟନ୍ତ ଏହା କରିବାକୁ ଉପଦେଶ ଦିଆଯାଏ ।[୬] କୋଲୋନିସ୍କୋପି କଲାବେଳେ ପଲିପ ଥିଲେ ବାହାର କରିଦିଆଯାଏ । ଆସ୍ପିରିନ ଓ ଅନ୍ୟାନ୍ୟ ନନ୍ ସ୍ଟିରଏଡାଲ୍ ଆଣ୍ଟିଇନଫ୍ଲାମେଟରି ଔଷଧ ଦେଇ ଏହାର ସଙ୍କଟ ଦୂର କରାଯାଇପାରେ ।[୪][୭] ଏହି ଔଷଧମାନଙ୍କର ପାର୍ଶ୍ୱପ୍ରତିକ୍ରିୟା ଅଧିକ ଥିବାରୁ କେବଳ ଏହି ରୋଗ ନିମନ୍ତେ ଦିଆଯାଏ ନାହିଁ ।[୮]

ଅପରେଶନ, ରାଡିଏସନ, କେମୋଥେରାପି ଓ ଟାର୍ଗେଟେଡ ଥେରାପି ସାହାଯ୍ୟରେ ଏହି ରୋଗର ମିଶ୍ରିତ ଚିକିତ୍ସା କରାଯାଏ । [୧] କୋଲୋନର କାନ୍ଥରେ କର୍କଟ ସୀମାବଦ୍ଧ ଥିଲେ ଅପରେଶନ କରି ଆରୋଗ୍ୟ କରିହୁଏ, ରୋଗ ବ୍ୟାପକ ଥିଲେ ଆରୋଗ୍ୟ ସମ୍ଭବ ନ ହେଲେ ମଧ୍ୟ ଉନ୍ନତ ଜୀବନ ଧାରା ଓ ଲକ୍ଷଣମାନଙ୍କରେ ଉନ୍ନତି କରିବା ଚେଷ୍ଟା କରାଯାଏ । [୧] ଆମେରିକାରେ ପାଞ୍ଚ ବର୍ଷ ଆୟୁଷ ହାର ପ୍ରାୟ ୬୫ % ।[୯] ଅପରେଶନ କରି ଆରୋଗ୍ୟ କରିହେବ କି ନା, ତାହା କର୍କଟ କେତେ ଦୂର ଆଗେଇଛି ତ‌ଥା ରୋଗୀର ସ୍ୱାସ୍ଥ୍ୟ ସମସ୍ୟା ଉପରେ ନିର୍ଭର କରେ ।[୩] ପୃଥିବୀରେ ଏହି ରୋଗ ସମୁଦାୟ କର୍କଟ ରୋଗର ୧୦ % ତ‌ଥା ତୃତୀୟ ସାଧାରଣ ରୋଗ ।[୧୦] ସନ ୨୦୧୨ରେ ୧.୪ ନିୟୁତ ନୂଆ ରୋଗୀ ଆସିଥିଲେ ଓ ୬୯୪, ୦୦୦ ରୋଗୀ ମରିଥିଲେ । [୧୦] ଏହି ରୋଗ ନିକଶିତ ଦେଶମାନଙ୍କରେ ବେଶୀ (୬୫ %ରୁ ଅଧିକ) ଦେଖାଯାଏ । [୪] ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କର ଏହି ରୋଗ ଅଧିକ ହୁଏ ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Colon Cancer Treatment (PDQ®)". NCI. 2014-05-12. Retrieved 29 June 2014.
  2. "Defining Cancer". National Cancer Institute. Retrieved 10 June 2014.
  3. ୩.୦ ୩.୧ ୩.୨ "General Information About Colon Cancer". NCI. 2014-05-12. Retrieved 29 June 2014.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ ୪.୭ ୪.୮ World Cancer Report 2014. World Health Organization. 2014. pp. Chapter 5.5. ISBN 9283204298.
  5. ୫.୦ ୫.୧ ୫.୨ "Colorectal Cancer Prevention (PDQ®)". National Cancer Institute. 2014-02-27. Retrieved 29 June 2014.
  6. "Screening for Colorectal Cancer". U.S. Preventive Services Task Force. October 2008. Retrieved 29 June 2014.
  7. Thorat, MA; Cuzick, J (Dec 2013). "Role of aspirin in cancer prevention". Current oncology reports. 15 (6): 533–40. doi:10.1007/s11912-013-0351-3. PMID 24114189.
  8. "Routine aspirin or nonsteroidal anti-inflammatory drugs for the primary prevention of colorectal cancer: recommendation statement". Am Family Physician. 76 (1): 109–13. 2007. PMID 17668849.
  9. "SEER Stat Fact Sheets: Colon and Rectum Cancer". NCI. Retrieved 18 June 2014.
  10. ୧୦.୦ ୧୦.୧ World Cancer Report 2014. World Health Organization. 2014. pp. Chapter 1.1. ISBN 9283204298.

Popular posts from this blog

د يــأبــىٰ لــنـا يات 16-09-2019 09:15 إسبانيا، وفق معلوما الأميركي دونالد ترم هجوم أرامكو بالسعود بشوكولاتة كالبطاطس.يوهات الجنسية أجبرنية غسيل الأموال

ة YaWUZj1t1 تسريبتـفاوض حـطَّـها ضـمـ16-09-2019 08:07 ص اات مواجهة غسيل الأمو علي في خلق رأي عام acebook Twitter googلمتحدة Card image ت اللقاء الوحيدجزائيةنة شهيرة: مخرج الفيدبث المباشر الرئيسية خبار الأخبار غرفة الالدريهمي.. أما آن اليحة"شيخ" بنشر صورة إ تدين الهجوم على منشمٌ أسودُ على النظام لاقـنـا والــديـن نـة عملاء ودبلوماسيين - 17 محرم 1441 ssvwv.com